ଭଲ ପାଇଥିଲି ମନ ଦେଇ ତୋତେ…

ଭଲପାଇଥିଲି ମନ ଦେଇ ତୋତେ
ଚାଲିଗଲୁ ଛାଡି କରି ଏକା ମୋତେ
ଏଡ଼େ ବେଇମାନି ଏଡ଼େ ତୁ ନିଷ୍ଠୁର
ଭାଙ୍ଗିଦେଲୁ ମୋର ସାତ ସପନର ଘର ll
ବୁଝିଗଲି ତୋ ଭଲପାଇବାର ମୂଲ୍ୟ
କଣ ଥିଲା ଏହି ଆମ ଅମର ପ୍ରେମ
ମିଥ୍ୟା ପ୍ରତିଶ୍ରୁତିର ଆଶ୍ରା କରିଥିଲୁ
ମୋ ଭଲପାଇବାକୁ ଠକିଦେଇ ଗଲୁ ll
ତୋ ପାଇଁ ମୁଁ ସବୁ କିଛି ଭୁଲିଥିଲି
ତୋତେ ମୁଁ ନିଜର ସବୁଦିନ ପାଇଁ କରିଥିଲି
ସାଙ୍ଗ ସାଥି ଭୁଲି ତୋ ପାଖେ ପାଖେ ଥିଲି
ତୋ ସୁବିଧା ଅସୁବିଧାରେ ଆଗରେ ମୁଁ ଥିଲି ll
ଆମ ଭଲପାଇବାକୁ ଦେଖି ସଭିଏଁ କୁହନ୍ତି
ରାମ ସୀତା ଯୋଡି କଥା କହିବୁଲନ୍ତି
ଏମିତି ଆଗକୁ କାହା ସାଥେ କରିବୁନି
ସୁଖ ନଦେଲେବି କାହା ମନେ ଦୁଖଃ ତୁ ଦେବୁନି ll
ଏଡ଼େ ବେଇମାନି ଏଡ଼େ ତୁ ନିଷ୍ଠୁର
ଭାଙ୍ଗିଦେଲୁ ମୋର ସାତ ସପନର ଘର
ତୋ ଜୀବନରେ ତୁ ଭଲରେ ଥା ଆ
ମୋ ଜୀବନେ କେବେ ତୁ ଫେରି ନ ଆ…… ll

Leave a comment

search previous next tag category expand menu location phone mail time cart zoom edit close