କୁଆଡୁ ମାଡି ଆସିଲା ଏ କୋରନା ଆମ ଜୀବନେ
ଚାରିଆଡେ ହସି ଖେଳି ରଚିଲା ମୃତ୍ୟୁର ତାଣ୍ଡବ ସିଏ
ସଭିଙ୍କ ମନରୁ ହସ ଖୁସି ଛଡେଇ
ଭୟ, ଆଶଙ୍କା ଭରିଦେଲା ଆମ ଜୀବନେ
ଘରୁ ବାହାରିବାକୁ ଡର ଲାଗୁଛି
ଯେମିତି ବନ୍ଦୀ ଜୀବନ ଘରେ କଟୁଛି
ସବୁ କିଛି କାମ ସେମିତି ଆଗକୁ ପଡିରହିଛି
ସମୟ ତା ବାଟରେ ଚାଲି ଯାଉଛି
ଏମିତି ଜୀବନ ଲୋଡ଼ା ନାହିଁ ଆମ
ସବୁ କିଛି ଭୟ, ଦୁଃଖର ହେଉ ଅବସାନ
କୋରନା ସାଥେ ଆମେ ଲଢେଇ କରି
ଆଗକୁ ବଢ଼ିବା ସଭିଙ୍କ ହାତକୁ ଧରି ll