ଅତୃପ୍ତ

ଏ ଅତୃପ୍ତ ଆତ୍ମା କାହୁଁ ତୃପ୍ତ ହେବ
ଏ ସୃଷ୍ଟି ରୁ ଯେ ଦିନ ପ୍ରାଣ ଲୁପ୍ତ ନ ହୋଇବ
ଏ ମୃତ ଶରୀର ଧରାପୃଷ୍ଠେ ପଡିରହିବ
ନିଜ କର୍ମଫଳ ନିଜକୁ ଭୋଗିବାକୁ ହେବ ।।
ଶତ୍ରୁ, ମିତ୍ର କେହି ରହିବେନି ତୋ ଯିବାପରେ
ନିଜ ଆଉ ପର କେହି ଆସିବେନି ତୋ ସାଥେ
ଧନ ଓ ଦଉଲତ ସବୁ ଛାଡି କରି ଯିବୁ ତୁ ଏକା
ଯଶ, ଖ୍ୟାତିର ପରିଚୟେ ଆଗକୁ ବଞ୍ଚି ରହିବୁ ଯାହା ।।

Leave a comment

search previous next tag category expand menu location phone mail time cart zoom edit close