ସତ ମିଛର ଦୁନିଆ

ଏଠି କିଏ ସତ କହେ ତ କିଏ ମିଛ
ଏଠି କାହାକୁ ଭାବିବ ନିଜର ଆଉ କିଏ ଏଠି ପର
ଏଠି ସମ୍ପର୍କର ପରିଭାଷା କାହା ପାଇଁ ଜଣା ଆଉ କାହା ପାଇଁ ଅଜଣା
ଏଠି ସମୟକୁ ସାଥିକରି କିଏ ଚାଲିଛି
ଆଉ କିଏ ଦିଶାହରା ହୋଇ ହଜିଯାଇଛି
କିଏ ଏଠି ସମୟ ଡୋରିରେ ସଭିଙ୍କୁ ବାନ୍ଧି ରଖିଛି
ଆଉ କିଏ ଏସବୁଠୁ ଦୂରେଇ ଯାଇଛି
ଜାଣିନି ଏସବୁ ଭିତରେ ମୁଁ କେମିତି ରହିଛି
ତମ ଚେହେରା ମୋ ମନରେ ଛାଇ ଟିଏ ହୋଇ ରହିଛି
ତମେ ଚାଲିଯିବା ପରେ…..
ପଛକୁ ବୁଲି କେବେ ଦେଖିନି,
କିଛି ପୁରୁଣା ସ୍ମୃତି ଆଉ କିଛି ନୂତନ ଭବିଷ୍ୟତରେ ବଞ୍ଚିରହିଛି ।।

Leave a comment

search previous next tag category expand menu location phone mail time cart zoom edit close