କିଏ ଏଠି ସତ କହୁଛି

କିଏ ଏଠି ସତ କହୁଛି
ପ୍ରେମିକା ପାଇଁ ପ୍ରେମିକଟି ପାଗଳ ହେଉଛି
ଦିନେ ନଦେଖିଲେ ସେ ଝୁରି ହେଉଛି
ସାତଜନ୍ମ ତା ସଙ୍ଗେ ରହିବାର ପ୍ରତିଶୃତି ସିଏ ଦେଉଛି ll
କିଏ ଏଠି ସତ କହୁଛି
ନିଜ ସ୍ୱାର୍ଥ ଲାଗି ଧାଁ ଦୌଡ ଏଠି ଚାଲିଛି
ମିଳିଗଲେ ପୁଳା ସେ ଖୁସିରେ ନାଚି ଯାଉଛି
ଅସହାୟ ଲୋକ କଥା କିଏ ବୁଝୁଛି ll
କିଏ ଏଠି ସତ କହୁଛି
ଦାନ ନାଁ ରେ ଏଠି କଳାଧନ ଠୁଳ ହେଉଛି
ବିପଦ ପଡିଲେ ଠାକୁରଙ୍କୁ ଆଶ୍ରା କରୁଛି
ଶଙ୍କା ଟଳିଗଲେ ଠାକୁରଙ୍କୁ ବିକି ଭାଙ୍ଗି ସେ ଖାଉଛି ll
କିଏ ଏଠି ସତ କହୁଛି
ଚାକିରୀ ଲୋଭରେ ଲୁଟପାଟ ଏଠି ଚାଲିଛି
ସରକାର ଏଠି ନଜାଣିବାର ଅଭିନୟ ଭଲ କରୁଛି
ଆଗକୁ ଏପରି ନହେବାର ଦୃଢ ପ୍ରତିଶୃତି ଦେଉଛି ll
କିଏ ଏଠି ସତ କହୁଛି
ପରିବାର ମଧ୍ୟେ ଦ୍ଵନ୍ଦ ସବୁବେଳେ ଲାଗିରହିଛି
ଭାଇ ଭାଇ ଭିତରେ ମନ ମତାନ୍ତର ଧୀରେ ଧୀରେ ବଢି ଚାଲିଛି
ଏ ସୁମଧୁର ସମ୍ପର୍କ ଆଗକୁ ରହିବ କି ନାହିଁ କିଏ ଭାବିଛି ll
କିଏ ଏଠି ସତ କହୁଛି
କିଛି ଟଙ୍କା ଲୋଭରେ ସିଏ ମଣିଷକୁ ମାରୁଛି
କ୍ଷମତା ବଳରେ ନିଜକୁ ଦୁନିଆରେ ସର୍ବ ଶ୍ରେଷ୍ଠ ବୋଲି ନୀତି ଭାବୁଛି
ଏ କ୍ଷମତା କେତେ ଦିନ ରହିବ ବୋଲି ସେ ସ୍ବପ୍ନ ଦେଖୁଛି ll
କିଏ ଏଠି ସତ କହୁଛି
ଆଜିକା ପିଲା ସେ ଡାହା ମିଛଗୁଡା କହୁଛି
ବାପା ପକେଟରୁ ପଇସା ଚୋରାଇ ଚକୋଲଟେ କିଣି ଖାଉଛି
ପଚାରିବାରୁ ଭଲ ଅଭିନୟ ସେ କରୁଛି ll
କିଏ ଏଠି ସତ କହୁଛି

Leave a comment

search previous next tag category expand menu location phone mail time cart zoom edit close