ଏଇ ଜୀବନ ଅଙ୍କାବଙ୍କା ପଥେ
କେବେ କେବେ କ୍ଲାନ୍ତ ପଥିକ ପରି
ସଂସାରର ଲୋଭ ମାୟାରୁ ବହୁ ଉର୍ଦ୍ଧରେ ରହି
ଜୀବନର ଶେଷ ସମୟ ପ୍ରତିକ୍ଷାରେ ଥାଏ
ଯେପରି ଲାଗେ ଜୀବନର ପୁଣ୍ୟଛେଦ ପଡିଛି
ଆଗକୁ ଚାଲିବାର ଅବକାଶ ନାହିଁ ll
କେହି ଯେମିତି ଚୁପ କରି କାନରେ କହି ଦେଉଛି
ଆଗକୁ ହାତଧରି ଚାଲିବାର ବାଟ ବତଉଛି
ସ୍ଥିର ପ୍ରାଣରେ ଯେମିତି ନୂତନ ଆଶା ପ୍ରସ୍ଫୁଟିତ ହୋଇଛି
ଆଜିବି ସୁନେଲି ଭବିଷ୍ୟତ ଆଖି ଆଗରେ ନାଚିଉଠୁଛି
ଜାଣିନି ସତ ହେବକି ନାହିଁ
ତଥାପି ନୂଆ ଉତ୍କଣ୍ଠାରେ କର୍ମପଥେ ଚାଲିବା ଜାରିରହିଛି ll